ଆପଣଙ୍କ ନିକଟରେ କୌଣସି ଚିରାଫଟା କିମ୍ବା ନଷ୍ଟ ହୋଇଯାଇଥିବା ନୋଟ୍ ରହିଛି କି ? ତେବେ ଜାଣନ୍ତୁ କେଉଁଠି ଏବଂ କେଉଁ ନିୟମ ଆଧାରରେ ଫେରି ପାଇବେ ସଂପୂର୍ଣ୍ଣ ଟଙ୍କା - JOKES of the DAY

Breaking

Breaking News

Post Top Ad

Post Top Ad

Monday, 4 December 2017

ଆପଣଙ୍କ ନିକଟରେ କୌଣସି ଚିରାଫଟା କିମ୍ବା ନଷ୍ଟ ହୋଇଯାଇଥିବା ନୋଟ୍ ରହିଛି କି ? ତେବେ ଜାଣନ୍ତୁ କେଉଁଠି ଏବଂ କେଉଁ ନିୟମ ଆଧାରରେ ଫେରି ପାଇବେ ସଂପୂର୍ଣ୍ଣ ଟଙ୍କା


ବ୍ୟାଙ୍କରୁ ଉଠାଇଥିବା ଟଙ୍କା କିମ୍ବା ଘରେ ରହି ରହି ନଷ୍ଟ ହୋଇଯାଇଥିବା କାଗଜ ନୋଟ୍, ଯାହାକୁ କି ଆପଣଙ୍କଠାରୁ କେହି ବି ଗ୍ରହଣ କରୁନାହାଁନ୍ତି ତେବେ ଏଥିପାଇଁ ବିଚଳିତ ହେବା ଅନୁଚିତ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ସୂଚନା ଦେବାକୁ ଯାଉଛୁ ତାକୁ ଜାଣିବା ପରେ ବୋଧହୁଏ ଆପଣଙ୍କୁ ଆଶ୍ୱସ୍ତି ମିଳିଯିବ । ଏହି ଖବର ଜରିଆରେ ଆମେ ଆପଣଙ୍କୁ ଜଣାଇବୁ କି ଆପଣ ଉକ୍ତ ଟଙ୍କାକୁ କେଉଁଠାରେ ବଦଳାଇ ପାରିବେ ଆଉ ଏନେଇ କି କି ନିୟମ ମାନ ରହିଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ଅଧିକ ସୂଚନା ।


ସୂଚନା ମୁତାବକ, ନିକଟରେ ଏନେଇ ଆରବିଆଇ ସ୍ପଷ୍ଟ କରିଛି କି, ଚିରାଫଟା ଏବଂ ନଷ୍ଟ ହୋଇଯାଇଥିବା ନୋଟଗୁଡିକୁ ସମସ୍ତ ବ୍ୟାଙ୍କରେ ବଦଳାଯାଇ ପାରିବ । କୌଣସି ବି ବ୍ୟାଙ୍କର ବ୍ରାଂଚ ଆପଣଙ୍କର ନୋଟ ବଦଳାଇବାରେ ମନା କରିପାରିବେ ନାହିଁ । ଯଦି ଆପଣଙ୍କ ନିକଟରେ ପୁରୁଣା ନୋଟ୍ ରହିଛି ଏବଂ ସେଗୁଡିକ କୌଣସି କାରଣରୁ ନଷ୍ଟ ହୋଇଯାଇଛି କିମ୍ବା ନୋଟଗୁଡିକ ଦୁଇଫାଳ ହୋଇଯାଇଛି ତେବେ ଏଭଳି ଧରଣର ନୋଟକୁ ଆପଣ କୌଣସି ବ୍ୟାଙ୍କର କୌଣସି ବି ଶାଖାକୁ ଯାଇ ବଦଳାଇ ପାରିବେ । ଆଉ ଏହାବଦଳରେ ଆପଣଙ୍କୁ ପୁରା ଟଙ୍କା ଫେରସ୍ତ କରାଯିବ । ଯଦି ଆପଣଙ୍କର ୫, ୧୦ ଏବଂ ୨୦ ଟଙ୍କିଆ ନୋଟର ଦୁଇ କିମ୍ବା ଦୁଇଠାରୁ ଅଧିକ ଖଣ୍ଡ ହୋଇଯାଇଛି ଏବଂ ଆପଣଙ୍କ ନିକଟରେ ଏଭଳି ପ୍ରକାରର ନୋଟର ଗୋଟିଏ ଭାଗ ୫୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଭାଗ ରହିଛି ତେବେ ଆପଣଙ୍କୁ ସଂପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ । ଯଦି ଏଠାରୁ କମ୍ ରହେ ତେବେ ଆପଣ କୌଣସି ଟଙ୍କା ମିଳିବ ନାହିଁ ।


ସେହିପରି ୫୦,୧୦୦ ଏବଂ ୫୦୦ ଟଙ୍କିଆ ଚିରା ଫଟା ନୋଟକୁ ବଦଳାଇବ ପାଇଁ ନୋଟର ଫାଟି ଯାଇଥିବା ଏକ ଅଂଶ ଅତି କମରୁ ୬୫ ପ୍ରତିଶତ ରହିଥିବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଆପଣ ପୂରା ଟଙ୍କା ଫେରି ପାଇବେ । ଯଦି ନୋଟର ଏହି ଅଂଶ ୪୦ରୁ ୬୫ ପ୍ରତିଶତ ମଧ୍ୟରେ ରହେ ତେବେ ନୋଟର ୫୦ ପ୍ରତିଶତ ଦାମର ବରାବରରେ ହିଁ ଟଙ୍କା ମିଳିବ । ଯଦି ୪୦ ପ୍ରତିଶତରୁ କମ ହୁଏ ତେବେ ଆପଣଙ୍କୁ କିଛି ଟଙ୍କା ମିଳିବ ନାହିଁ । ଆରବିଆଇର ସୂଚନା ମୁତାବକ, ଗୁରୁତର ଭାବେ ଜଳିଯାଇଥିବା କିମ୍ବା ନଷ୍ଟ ହୋଇଯାଇଥିବା ଟଙ୍କା ଗ୍ରହଣ ଯୋଗ୍ୟ ନୁହେଁ ।

ଜାଣନ୍ତୁ କଣ ରହିଛି ଆରବିଆଇର ନିୟମ
• ଯଦି କେହି ଗୋଟିଏ ଦିନରେ ୨୦ରୁ ଅଧିକ ନୋଟ କିମ୍ବା ୫,୦୦୦ଟଙ୍କାରୁ ଅଧିକ ନୋଟ୍ ବଦଳାଏ ତେବେ ତାଙ୍କୁ ଏଥିପାଇଁ ଚାର୍ଜ ଦେବାକୁ ପଡିବ ।
• ଯଦି କୌଣସି ବି ବ୍ୟାଙ୍କପକ୍ଷରୁ ଜାରି କରାଯାଇଥିବା କିଛି ସର୍ତ୍ତ ନିୟମ ମୁତାବକ ଖରାପ ନୋଟକୁ ବଦଳାଇବାକୁ ମନା କରେ ତେବେ ଉକ୍ତ ବ୍ୟାଙ୍କ ବିରୋଧରେ ୧୦,୦୦୦ଟଙ୍କାର ଜରିମାନା ଲାଗୁ କରାଯିବ ।
• ଯଦି ନୋଟ ଉପରେ ସିରିୟଲ୍ ନମ୍ବର, ଗାନ୍ଧୀଙ୍କର ଓାଟର ମାର୍କ ଏବଂ ଗଭର୍ନରଙ୍କର ହସ୍ତାକ୍ଷର ନଜର ଆସୁଥିବ ତେବେ ଉକ୍ତ ନୋଟଗୁଡିକୁ ବ୍ୟାଙ୍କ ବଦଳାଇବାକୁ ବାଧ୍ୟ ।

No comments:

Post Top Ad